ଝିଆରୀକୁ ଦୁଷ୍କର୍ମ ଅଭିଯୋଗ : ଦାଦା ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଉରୁବେଲି ଗ୍ରାମରେ ଲଜ୍ଜ୍ୟା। ଗ୍ରାମର ଜଣେ ଯୌନ ପିପାସୁ ଦାଦା ନିଜ ଝିଆରୀଙ୍କୁ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି। ଗତ ୧୦ ତାରିଖରେ ବେଟି ଦେବା ତାଙ୍କ ଝିଆରୀଙ୍କୁ ଦୁବେଲଗୁଡ଼ା ଗ୍ରାମସ୍ଥିତ ନିଜ ବନ୍ଧୁଙ୍କ ଗ୍ରାମକୁ ବୁଲାଇ ନେବାକୁ କହି ଡାକି ନେଇଥିଲା। ଉଭୟ ଗ୍ରାମରେ ମଧ୍ୟରେ ଜଙ୍ଗଲର ସୁବିଧା ନେଇ ଜୋର ଜବରଦସ୍ତ ଦୁଷ୍ମର୍ମ କରିଥିଲା। ଏହାପରେ ସେ ଯଦି କାହାକୁ କହିବ ତାହା ହେଲେ ତାକୁ ହତ୍ୟା କରିଦେବ ବୋଲି ମଧ୍ୟ ଧମକ ଦେଇଥିଲା। ପରେ ପିଡ଼ିତା ଓ ତାଙ୍କ ଭାଇ ଗୁରୁବାର ମୋଟୁ ଥାନାରେ ଏ ନେଇ ଏକ ଏତଲା ଦେଇଥିଲେ। ଏହାକୁ ଭିତି କରି ମୋଟୁ ଥାନା ଏସ.ଆଇ ମାମଲା ରୁଜୁ କରି ଅଭିଯୁକ୍ତ ବେଟି ଦେବାକୁ ଗିରଫ କରି କୋର୍ଟ ଚାଲାଣ କରିଛି।