ଖୋର୍ଦ୍ଧା, ଏନ୍ଏନ୍ଏସ୍ : ଗତ ୨୨ ତାରିଖରେ ସଦରଥାନା ଅଂଚଳରେ ଜୈନିକ ୧୪ବର୍ଷର ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ଗଡଗଡୁମ ଗ୍ରାମର ବୁଦ୍ଦେଶ୍ୱର ବୈରୀଗଞ୍ଜନଙ୍କ ଭାଇ ଲକ୍ଷ୍ମଣ ବୈରୀଗଞ୍ଜନ(୩୦)କୁ ଆଜି ପୁଲିସ ଗିରଫ କରିଛି।
ପୁଲିସ ସୂଚନାମୁତାବକ, ସଦରଥାନା ଅଂଚଳର ଜନୈକ ଦଶମ ଶ୍ରେଣୀ (୧୪ବର୍ଷର) ନାବାଳିକା ଛାତ୍ରୀଙ୍କୁ ଉକ୍ତ ଥାନା ଅନ୍ତର୍ଗତ ଗଡଗଡୁମ ଗ୍ରାମର ବୁଦ୍ଦେଶ୍ୱର ବୈରୀଗଞ୍ଜନ(୨୫) ଦୁଷ୍କର୍ମ କରିଥିବାନେଇ ଗତ ୨୨ ତାରିଖରେ ପିଡିତାର ମାଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ତେବେ ଅଭିଯୁକ୍ତ ବୁଦ୍ଦେଶ୍ୱରକୁ ପୂଲିସର ଗିରଫଦାରୀ ରୁ ବଂଚାଇବା କୁ ଯାଇ ଏକ ବାଇକ ଯୋଗେ ତାର ଭାଇ ଲକ୍ଷ୍ମଣ ତାକୁ ଗାଁରୁ ସାଙ୍ଗରେ ନେଇ ବାହାରେ ଛାଡିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ଅଭିଯୁକ୍ତକୁ ଫେରାର ହେବାରେ ସହଯୋଗ କରିଥିବା ଲକ୍ଷ୍ମଣକୁ ଆଜି ଗୁଡୁମ ହାଚେରୀ ନିକଟରୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ ବିଚିତ୍ରାନନ୍ଦ ପରିଡା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପିଡିତା ନାବାଳିକା ଜଣଙ୍କ ପାଠ ପଢ଼ିବା ସହିତ ତାଙ୍କ ଘର ଠାରୁ ୨ଶହ ମି. ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରକୁ ପାର୍ଟ ଟାଇମ ଜବ୍ କରିବାକୁ ଯାଆନ୍ତି। ସେଠାରେ ଗୋଟା ଗୁଆ କାଟି କିଛି ଉପାର୍ଜନ କରନ୍ତି ଏବଂ ରାତିପ୍ରାୟ ୯ଟା ବେଳକୁ କାମ ସାରି ଘରକୁ ଫେରନ୍ତି। ଏହିକ୍ରମରେ ନାବାଳିକା ଛାତ୍ରୀ ଜଣଙ୍କ ଗତ ୧୭ତାରିଖ ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ରାସ୍ତାରେ ତାଙ୍କୁ ବୁଦ୍ଦେଶ୍ୱର ଉଠାଇନେଇ ନିକଟରେଥିବା ଏକ ବୁଦାମୂଳେ ଦୁଷ୍କର୍ମ କରିଥିଲେ। ତେବେ ଏ ସମସ୍ତ ଘଟଣାକୁ ନାବାଳିକାଙ୍କ ମାଆ ଜାଣିବା ପରେ ଏହାକୁ ନେଇ ୧୮ତାରିଖ ଦିନ ଗାଁରେ ସଭା ବସିଥିଲା। ସଭାରେ ଭଦ୍ରଲୋକଙ୍କ ଉପସ୍ଥିତିରେ ବୁଦ୍ଦେଶ୍ୱର ପରିବାରକୁ ଝିଅର ପରିବାର କ୍ୁ ନ୍ୟାୟ ଦେବାଲାଗି ନିଷ୍ପତି ହୋଇଥିଲା। ମାତ୍ର ଏହାକୁ ବୁଦେ୍ଧଶ୍ୱର ମାନିନଥିଲେ। ତେଣୁ ପିଡିତା ଛାତ୍ରୀଙ୍କ ମାଆ ସଦର ଥାନାରେ ଏନେଇ ଗତ ୨୨ ତାରିଖ ରାତିରେ ଅଭିଯୋଗ କରିଥିଲେ।