ବାଲେଶ୍ୱର,ଏନଏନଏସ୍ : ୨୦୧୭ମସିହାରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅର୍ନ୍ତଗତ ରଘୁପୁର ଅଂଚଳର ଜଣେ ବ୍ୟକ୍ତି ବାଳେଶ୍ୱର ଜିଲ୍ଲାରେ ରହି ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ବିଚାର କରି ଅଭିଯୁକ୍ତ ଅଗଷ୍ଟ ସିଂଙ୍କୁ ୨୦ବର୍ଷ ଜେଲ ଦଣ୍ଡ ପ୍ରଦାନ କରିବା ସହ ୩୦ହଜାର ଟଙ୍କା ଜୋରିମ।।ନା ଆଦେଶ କରିଛନ୍ତି। ଜୋରିମାନା ଟଙ୍କା ଅନାଦେୟ ହେଲେ ଅଧିକ ୧ବର୍ଷ ୧ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଂଚଳର ଜଣେ ବ୍ୟକ୍ତି ତାଙ୍କ ପରିବାର ସହ ଦୀର୍ଘ ୧୯ବର୍ଷ ଧରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅର୍ନ୍ତଗତ ଶ୍ରମବଣା ଗ୍ରାମରେ ବସବାସ କରୁଛନ୍ତି। ତେବେ ତାଙ୍କର ଜଣେ ୧୪ବର୍ଷ ନାବାଳିକା ଝିଅ ସ୍ଥାନୀୟ ଏକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ତେବେ ବୈଶିଙ୍ଗା ଥାନା ଅର୍ନ୍ତଗତ ରଘୁପୁର ଗ୍ରାମର ଅଗଷ୍ଟ ସିଂ ୨୦୧୭ମସିହା ଅଗଷ୍ଟ ମାସ ୧୫ତାରିଖରେ ତାଙ୍କ ଘରକୁ ଯାଇଥିଲେ। ଏବଂ ନାବାଳିକାଙ୍କ ପରିବାର ଲୋକେ ଶୋଇ ପଡ଼ିଥିବା ବେଳେ ଅଗଷ୍ଟ ଉକ୍ତ ନାବାଳିକାଙ୍କୁ ଏବଂ ତାଙ୍କର ଜଣେ ଭାଣିଜିଙ୍କୁ ତାଙ୍କ ଘରକୁ ଯିବା ପାଇଁ କହି ସାଙ୍ଗରେ ନେଇ ଆସିଥିଲେ। ସେ ମାର୍କୋଣା ଷ୍ଟେସନରୁ ରୁପସା ଷ୍ଟେସନ ଓହ୍ଲାଇ ତାଙ୍କ୍ୁ ଏକ ମୋଟରସାଇକେଲରେ ବସାଇ ରାତି ପ୍ରାୟ ୧୨ଟା ବେଳେ ଏକ ନିର୍ଜନ ସ୍ଥାନରେ ରଖି ବଳପୂର୍ବକ ଦୁଷ୍କର୍ମ କରିଥିଲା।
ଏପରିକି ତାଙ୍କୁ ପିଟାମରା ମଧ୍ୟ କରିଥିଲା। ଏବଂ ୧୮ତାରିଖ ଦିନ ସକାଳେ ତାଙ୍କୁ ପଂଚୁଲିଙ୍ଗେଶ୍ୱର ନେଇ ଯାଉଥିବା ବେଳେ ନାବାଳିକାଙ୍କ ପରିବାର ଲୋକେ ଚାଇଲଡ ଲାଇନ ସହାୟତାରେ ଉଦ୍ଧାର କରିଥିଲେ। ଏବଂ ନାବାଳିକା ସମସ୍ତ ଘଟଣା ସମ୍ପର୍କରେ କହିବା ପରେ ସେ ଥାନାରେ ଲିଖଇତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଗଷ୍ଟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାକୁ ସରକାରୀ ଓକିଲ ପ୍ରଣବ ପଣ୍ଡା ପରିଚାଳନା କରୁଥିଲେ।