ପୁଣି ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମାଲକାନଗିରି,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲାର ଏକ ସ୍କୁଲରେ ପଢୁଥିବା ମାଲକାନଗିରି ଜିଲ୍ଲାର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏବାବଦରେ ଜଣାପଡ଼ିବା ପରେ ସଂପୃକ୍ତ ଛାତ୍ରୀକୁ ଚିକିତ୍ସା ପାଇଁ ସଖୀକେନ୍ଦ୍ରକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଟାଉନ୍‌ ଥାନା ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ନବରଙ୍ଗପୁର ଜିଲ୍ଲାର ତାରାଗାଁ ଥାନା ଅଂଚଳରେ ଥିବା ଏକ ସ୍କୁଲରେ ପାଠ ପଢୁଥିଲା। କିଛି ଦିନ ପୂର୍ବରୁ ଛାତ୍ରୀ ଜଣକ ନିଜ ଗାଁକୁ ଆସିଥିଲା ଏବଂ ନିଜ ଘରେ ଅଳ୍ପ କେତେ ଦିନ ରହିବା ପରେ ପୁଣି ସ୍କୁଲକୁ ଚାଲି ଯାଇଥିଲା। ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ଝିଅଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସିଓ୍ଵାଇଏସଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହା ଜାଣିବା ପରେ ନାବାଳିକା ଛାତ୍ରୀକୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଇଥିଲେ।