ଦେବଗଡ,ଏନ୍ଏନ୍ଏସ୍ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହି ଗ୍ରାମରେ ଜଣେ ୧୯ ବର୍ଷୀୟ ବିବାହିତା ମହିଳାଙ୍କୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମ ମାମାଲାରେ ଆଜି କୁଣ୍ଢେଇଗୋଳା ଥାନା ପୁଲିସ ଅଭିଯୁକ୍ତ ଶୁକଦେବ ମାଝୀକୁ ଗିରଫ କରି କୋର୍ଟଚାଳାଣ କରିଛି । ଅଦାଲତରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ୧୧ତାରିଖ ଦିନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଝରାଡିହି ଗ୍ରାମରେ ଜଣେ ୧୯ ବର୍ଷୀୟ ବିବାହିତା ମହିଳା ତାଙ୍କ ଘରଠାରୁ କିଛି ଦୁରରେ ଥିବା ଏକ ଆମ୍ବ ଗଛ ମୂଳକୁ ଯାଇଥିବା ବେଳେ ଉକ୍ତ ଗ୍ରାମର ଚକ୍ରଧର ମାଝୀଙ୍କ ପୁଅ ଶୁକଦେବ ମାଝୀ ତାଙ୍କୁ ଏକୁଟିଆ ପାଇ ଭଙ୍ଗା ବିୟର ବୋତଲରେ ହତ୍ୟା ଧମକ ଦେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡିତା ପରିବାର ଲୋକଙ୍କ ସହ ଆଲୋଚନା ପରେ ଏ ନେଇ କୁଣ୍ଢେଇଗୋଳା ଥାନା ଲିଖିତ ଅଭିଯୋଗ କରିଥିଲେ। କୁଣ୍ଢେଇଗୋଳା ଥାନା ସବ ଇନ୍ସପେକ୍ଟର ରୋଜେନ ମୁର୍ମୁ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ।
ସେହିପରି ଅନ୍ୟ ଏକ ମାମଲାରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମରେ ନିଜ ମାମୁଁ ଘରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷୀୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ କୁଣ୍ଢେଇଗୋଳା ଥାନା ପୁଲିସ ଦୁଷ୍କର୍ମ ଓ ପକ୍ସୋ ସମେତ ବିଭିନ୍ନ ଦଫାରେ ଏକ ମାମଲା ଋୁଜ୍ଜୁ କରିବା ସହ ଏସଆଇ ହେମନ୍ତ କୁମାର ବେହେରା ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିବା ସହ ଆଜି କୋର୍ଟ ଚାଳାଣ କରିଥିଲେ। ମାତ୍ର ଅଦାଲତରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇଦିଆଯାଇଛି ।
ସୂଚନା ଅନୁଯାୟୀ, କରଲଗା ଗ୍ରାମର ପ୍ରଫୁଲ୍ଲ ନାଏକଙ୍କ ପୁଅ ବଳିଆ ନାଏକ(୧୯) ଗତ ୧୪ ତାରିଖ ଦିନ ଉକ୍ତ ଗ୍ରାମର ୧୩ ବର୍ଷୀୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ପିତା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିଥିଲେ। ସେହିପରି ନାବଳିକାର ପିତା ଓ ମାମୁ ଘଟଣା ସମ୍ପର୍କରେ ଅଭିଯୁକ୍ତକୁ ପଚରା ଉଚ୍ଚୁରା କରୁଥିବା ବେଳେ ଅଭିଯୁକ୍ତ ବଳିଆର ସମ୍ପର୍କୀୟ ଅମର ନାଏକ ଓ ପାଂଚାଳୀ ନାଏକ ଉଭୟଙ୍କୁ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିବା ସହ ତାଙ୍କ ଘର ବାଡରେ ନିଆଁ ଲଗାଇ ଦେଇଥିଲେ। ଏ ନେଇ ନାବାଳିକାର ପିତା କୁଣ୍ଢେଇଗୋଳା ଥାନା ଅଭିଯୋଗ କରିଥିଲେ ।