Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନବ ଦାସ ହତ୍ୟା ଘଟଣାରେ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଅବିନାଶ ତିଆଡ଼ି ! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନବ ଦାସ ହତ୍ୟା ଘଟଣାରେ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଅବିନାଶ ତିଆଡ଼ି !

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ୱର୍ଗତ ନବ ଦାସଙ୍କୁ ସଫା କରିଥିବା ନେଇ ଦେବଗଡ଼ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଅବିନାଶ ତିଆଡ଼ିଙ୍କ ଫୋନ ବାର୍ତ୍ତାଳାପର ରେକର୍ଡିଙ୍ଗ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ପରିପ୍ରେକ୍ଷୀରେ ଅବିନାଶଙ୍କୁ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ଆଜି ଦେବଗଡ଼ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଖପର ସାହି ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥୀ କରିବାକୁ ରାଣୀ ଓ ତାଙ୍କ ସହଯୋଗୀମାନେ ରାମ ସେନା ଶୋଭାଯାତ୍ରାବେଳେ ପୂଜା କମିଟି ସଭାପତିଙ୍କୁ କହିଥିଲେ । ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କମିଟି ପକ୍ଷରୁ ଅତିଥି ଚୟନ ଓ ନିମନ୍ତ୍ରଣ କରାଯାଇଥିବାରୁ ତାଙ୍କୁ କାର୍ଯ୍ୟକ୍ରମରେ ଅତିଥି କରାଯିବା ଅସମ୍ଭବ ବୋଲି କହିବାରୁ ଅରୁନ୍ଧତୀ ଏବଂ ସାଥୀରେ ଥିବା ସହଯୋଗୀମାନେ ଉତକ୍ଷିପ୍ତ ହୋଇ ଗାଳି ଗୁଳଜ କରିବା ସହ ହତ୍ୟା ଧମକ ଦେଇଥିଲେ । କିଛି ସମୟ ପରେ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଅବିନାଶ ଫୋନ ଯୋଗେ କମିଟି ସଭାପତି ଉମା ଶଙ୍କରଙ୍କୁ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ଥାନାରେ ରାଣୀ ଅରୁନ୍ଧତି କମିଟି ସଭାପତି ଓ ସହଯୋଗୀ କର୍ମକର୍ତ୍ତାମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଧକ୍କା ମାରି ରାସ୍ତାରେ ପକାଇ ଦେଇଥିବା ନେଇ ଅଭିଯୋଗ କରିଥିଲେ । ସେହିପରି ରାଣୀଙ୍କର ଜଣେ ସହଯୋଗୀ ପୁଷ୍ପିତା ହେନେଜ କମିଟି ସଭାପତି ଓ କର୍ମକର୍ତ୍ତାମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୨ଟି ମାମଲା ରୁଜୁ କରିଥିବାବେଳେ ରାଣୀଙ୍କ ମ୍ୟାନେଜର ଅବିନାଶ କୌଣସି ଜଣେ ବ୍ୟକ୍ତିଙ୍କୁ ଫୋନ ଯୋଗେ ସେ ନବ ଦାସକୁ ସଫା କରିପାରିଲା ତ ଉମା କ’ଣ ନବଠୁ ବଡ଼ କି ବୋଲି କହୁଥିବାର ରେକର୍ଡିଙ୍ଗ ମୋବାଇଲରୁ ମୋବାଇଲ ଭାଇରଲ ହେବା ପରେ ସାହିରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗତକାଲି ରାଣୀ ପୂଜା କମିଟି କର୍ମକର୍ତ୍ତାଙ୍କ ନାଁରେ ଦେଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବୀରେ ସାହି ବାସିନ୍ଦାମାନେ ଥାନା ସମ୍ମୁଖରେ ରାଣୀ ଅରୁନ୍ଧତୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ କୁଶପୁତ୍ତଳିକା ଦାହ କରିଥିଲେ । ଆଜି ଖପର ସାହି ଦୁର୍ଗା ପୂଜା କମିଟି ସଭାପତି ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଦେବଗଡ଼ ଥାନାରେ ପହଞ୍ଚି ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜରଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସେ ଖୋଦ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କୁ ସଫା କରେଇଥିବାର ଫୋନ ବାର୍ତ୍ତାଳାପରେ ଖୁଲମଖୋଲା କହୁଥିବାରୁ ହତ୍ୟା ଘଟଣାରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି ।