ଅପହଞ୍ଚ ଇଲାକା କଣ୍ଡାବାରିଡି ଲୋକେ ସ୍ୱାଧିନତାର ଦୀର୍ଘ ବର୍ଷ ପରେ ଗାଁରେ ଦେଖିଲେ ଚାରି ଚକିଆ ଗାଡି

ରାୟଗଡା / ରାମନାଗୁଡା, ଏନ୍ଏନ୍ଏସ୍ : ସ୍ୱାଧୀନ ପାଇଥିଲେ ସତ କିନ୍ତୁ ଜୀବିନ ବିତୁଥିଲା ପରାଧୀନ । ପ୍ରକୃତିର ତାଡନାରେ ବର୍ଷା ଚାରି ମାସ ବାହ୍ୟ ଜଗତରୁ ବିଛିନ୍ନ ହେବାକୁ ପଡୁ ଥିଲା ଏହି ଗାଁ । ପାହାଡ ଶିକ୍ଷାର ଥିବା ଗାଁଟିକୁ ସବୁ ଦିନିଆ ରାସ୍ତାଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହିଭଳି ନାହିଁର ଗାଁ ରୂପେ ବସ ପରିଚିତ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କଣ୍ଡାବାରିଡି ଗାଁ । ରାମନାଗୁଡା ବ୍ଲକ ଠାରୁ ମାତ୍ର ୬ କିଲୋମିଟର ଦୂର ପାହାଡି ଉପରେ କଣ୍ଡାବାରିଡି ଗ୍ରାମ । ପ୍ରଥମ ଥର ଗୁଣୁପୁର ବିଧାନ ସଭା ଅସନରୁ ରଘୁନାଥ ଗମାଙ୍ଗୋ ବିଜୟ ପରେ ନିଜ ସମର୍ଥକଙ୍କ ସହିତ ପାହାଡ ଚଢି ଚାଲି ଚାଲି ପହଞ୍ଚି ଥିଲେ ଏହି ଗାଁରେ । ଗାଁର ଭୌଗଳିକ ସ୍ଥିତି ଦେଖି ସେ ନିଜ ବିଧାୟକ ପାଣ୍ଠିରୁ ୫ଲକ୍ଷଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ ।

ଏଥି ପୂର୍ବରୁ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ନିଜ ସାଂସଦ ପାଣ୍ଠିରୁ ୫ଲକ୍ଷଟଙ୍କା ମଧ୍ୟ ଯୋଗାଇ ଦେଇଥିଲେ । ପରେପରେ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଗାଁକୁ ରାସ୍ତା ପାଇଁ ୫ଲକ୍ଷଟଙ୍କା ମଞ୍ଜୁର କରିଥିଲା । ଫଳରେ ଗାଁରେ ସରକାରଙ୍କ ବିକାଶମୂଳକ ଯୋଜନା ପହଞ୍ଚିବା ପାଇଁ ଆରମ୍ଭ ହୋଇଥିଲା ରାସ୍ତା କେବଳ ସେତିକି ନୁହେଁ ଗାଁରେ ସୁଧ ପାନୀୟ ଜଳର ସୁବିଧା ନଥିବାରୁ ପାନୀୟଜଳ ବ୍ୟବସ୍ଥାକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି ସେ । ବିଧାୟକଙ୍କ ପ୍ରଥମ ଗସ୍ତ ସମୟରେ ଗ୍ରାମବାସୀମାନଙ୍କ ଅନୁରୋଧ ରକ୍ଷା କରି ଆଜି କଣ୍ଡ।ବାରିଡି ଗାଁରେ ପ୍ରଥମ ଥର ପାଇଁ ବିଧାୟକଙ୍କ ଚାରି ଚକିୟା ଗାଡି ପହଞ୍ଚିଛି । ସବୁ ଠାରୁ ବଡ କଥା ପାହାଡ କାଟି ଗାଁକୁ ରାସ୍ତା କରିବାକୁ ଜିଲ୍ଲା ପ୍ରଶାସଙ୍କୁ ୧୦ ମାସ ସମୟ ଲାଗି ଥିଲା ଫ। ତେବେ ପ୍ରଶାସନ ପକ୍ଷରୁ ଘାଟି କଟିଙ୍ଗ୍ ହୋଇ ମାଟି ରାସ୍ତା ଟିଏତ ହେଲା । ଲୋକେ ଏବେ ଟିକିଏ ସୁବିଧାରେ ଯାଆସ କରିପାରିବେ । ତେବେ ଏହି ରାସ୍ତା ପ୍ରଧାନମନ୍ତ୍ରୀ,କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ କେବେ ସାମିଲ ହେବ ତାହା ଦେଖିବାକୁ ବାକି ରହିଲା ।