୨୦୨୧ ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ୨୦୨୧ ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ଚଳିତ ବର୍ଷ ମେ’ ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଏବଂ ୧୭ ତାରିଖରେ ୟୁଜିସି ନେଟ୍ ୨୦୨୧ ପରୀକ୍ଷା ହେବ।

ପରୀକ୍ଷା ଆବେଦନ ଫିସ୍ ମାର୍ଚ୍ଚ ୩, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି ୩ ଘଣ୍ଟା ହେବ। ପେପର ୧ର ପରୀକ୍ଷା ୧୦୦ ମାର୍କର ହେବାକୁ ଥିବାବେଳେ ପେପର ୨ର ପରୀକ୍ଷା ୨୦୦ ମାର୍କର ହେବ। ୟୁଜିସି ନେଟ୍ ୨୦୨୧ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଫେବୃଆରୀ ୨, ୨୦୨୧ରୁ ମାର୍ଚ୍ଚ ୨, ୨୦୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।