ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ଦିନିକିଆ ଝରିଗାଁ ବ୍ଲକ ଗସ୍ତରେ ଆସି ଚନ୍ଦନଧାରା ଶୈବପୀଠ, ଗୋବାଗୁଡ଼ା ମଶାଣି ଏବଂ ବାରବକୁଲି ଗ୍ରାମବାସୀଙ୍କ ସହ ମିଶି ୧୦୫୦ ଚାରାରୋପଣ କରିଛନ୍ତି। ଚନ୍ଦନ ଧାରା ଶୈବ ପୀଠରେ ୧୫୦ ଚାରା, ଗବାଗୁଡା ମଶାଣିରେ ୪୦୦ ଚାରା ଏବଂ ବାରବାକୁଲି ଗାଁରେ ୫୦୦ ଚାରା ରୋପଣ କରାଯାଇଛି। ଗବାଗୁଡା ଗ୍ରାମର ଜୟ ଶ୍ରୀକୃଷ୍ଣ ଯୁବକ ସଙ୍ଘର ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶ୍ମଶାନ ସଫେଇ କରାଯାଇ ଚାରା ରୋପଣ କରାଯାଇଥିଲା।
