ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧିହେଲେ ରାକ୍ଷୀ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ବୟଫ୍ରେଣ୍ଡ ଆଦିଲ ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ ଦୁହେଁ ହାତରେ କୋର୍ଟ ମ୍ୟାରେଜର ସାର୍ଟିଫିକେଟ ଧରିଥିବା ଦେଖିବାକୁ ମିଳିଛି । ରାକ୍ଷୀ ଓ ଆଦିଲଙ୍କ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଦୁହେଁ ସର୍ବସାଧାରଣରେ ମଧ୍ୟ ନିଜ ଭଲ ପାଇବା ଜାହିର କରିବାରେ କେବେ ବି ପଛାଇ ନଥିଲେ ।

ସୂଚନାଯୋଗ୍ୟ, ରାକ୍ଷୀ ସାୱନ୍ତ ଏହାପୂର୍ବରୁ ରିତେଶ ରାଜଙ୍କୁ ବିବାହ କରିଥିଲେ । ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ମଧ୍ୟ ରିତେଶଙ୍କ ମୁହଁ ଦେଖାଇ ନଥିଲେ । କିନ୍ତୁ ସଲମାନ ଖାନଙ୍କ ଶୋ’ ବିଗବିସ ସିଜନ ୧୫ରେ ରାକ୍ଷୀଙ୍କ ସହ ରିତେଶ ମଧ୍ୟ ସାମିଲ ହୋଇଥିଲେ ।