ମୟୂରଭଞ୍ଜ ରାଜମାତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ରାଜମାତା ଶ୍ରୀମତି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି। ବାରିପଦାର ବେଲଗଡ଼ିଆ ରାଜଭବନରେ ରାଜମାତାଙ୍କ ପରଲୋକ ହୋଇଛି। ପୂର୍ବତନ ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କ ମାଆ ଥିଲେ ରାଜମାତା। ଗତକାଲି ରାତିରେ ଖାଇସାରି ଶୋଇବାକୁ ଯାଇଥିବା ବେଳେ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ରାଜମାତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି।

୧୯୨୮ ମସିହାରେ ନେପାଳ ରାଜପରିବାରରେ ଦିବଙ୍ଗତ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ରାଜମାତା। ସେହିପରି ୧୯୫୨ରେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ସେ ବିବାହ କରିଥିଲେ। ଏହାଛଡା ଛଉ ନୃତ୍ୟର ବିକାଶ ଏବଂ ଶିମିଳିପାଳ ଜଙ୍ଗଲ ସୁରକ୍ଷା ପାଇଁ ରାଜମାତା ଅନେକ ପଦକ୍ଷେପ ନେଇଥିଲେ।