ଆଗାମୀ ମାସରେ ରାଜନୈତିକ ପାର୍ଟି ଲଞ୍ଚ କରିବେ ରଜନୀକାନ୍ତ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଶେଷରେ ନିଜ ରାଜନୈତିକ ପାର୍ଟିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ପରଦା ଉଠାଇ ଦେଇଛନ୍ତି। ଆସନ୍ତା ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ତାଙ୍କ ପାର୍ଟି ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁୟାରୀରେ ଲଞ୍ଚ କରିବେ। ଏନେଇ ନିଜେ ରଜନୀକାନ୍ତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ରଜନୀକାନ୍ତ କହିଛନ୍ତି ଯେ, ଆମେ ନିଶ୍ଚିତ ରୂପେ ବିଧାନସଭା ନିର୍ବାଚନ ଜିତିବୁ। ଆମେ ବିଶ୍ୱାସଯୋଗ୍ୟ, ପାରଦର୍ଶୀ, ଭ୍ରଷ୍ଟାଚାର ମୁକ୍ତ ଓ ଆଧ୍ୟାତ୍ମିକ ରାଜନୀତି କରିବୁ। ଏକ ଚମତ୍କାର ନିଶ୍ଚିତରୂପେ ହେବ।

ସୂଚନାଯୋଗ୍ୟ, ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ତାମିଲନାଡ଼ୁରେ ୨୦୨୧ ଅପ୍ରେଲ କିମ୍ବା ମେ’ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।