ନୂଆଦିଲ୍ଲୀ,ଏଜେନ୍ସି: ଲୋକପ୍ରିୟ ସିନେ ତାରକା ରଜନୀକାନ୍ତ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଚ୍ଚ ରକ୍ତଚାପ ଯୋଗୁଁ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରଜନୀକାନ୍ତଙ୍କ ଫିଲ୍ମ ଆନ୍ନାଥେ ସେଟରେ ଥିବା ୭ ଜଣ କ୍ରୁ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ। ରଜନୀକାନ୍ତଙ୍କର ମଧ୍ୟ କୋଭିଡ ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ଉଚ୍ଚ ରକ୍ତଚାପ ଏବଂ ଥକାପଣ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଗତ ୧୦ ଦିନ ଧରି ହାଇଦ୍ରାବାଦରେ ଏକ ସୁଟିଂ କରୁଥିଲେ।