ନୂଆଦିଲ୍ଲୀ,ଏଜେନ୍ସି: ଆଜି ପୁଣେ ଗସ୍ତରେ ଯାଇ ଆର୍ମି ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟର ଏକ ସମାରୋହରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ସମାରୋହରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ଅଲମ୍ପିକ୍ସରେ ଭାଗ ନେଇଥିବା ଖେଳାଳି ଓ ଅନ୍ୟ ସଶସ୍ତ୍ର ବାହିନୀର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିବେ ରାଜନାଥ। ଏହି ସମାରୋହରେ ରାଜନାଥଙ୍କ ସହ ଆର୍ମି ଚିଫ ଜେନେରାଲ ଏମଏମ ନରୱଣେ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜେଏସ ନେନ ଯୋଗ ଦେବେ। ଏନେଇ ପ୍ରତିରକ୍ଷାମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।
ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଭାରତୀୟ ସେନା ସର୍ବଦା ଭାରତୀୟ କ୍ରୀଡାର ମେରୁଦଣ୍ଡ ରହିଆସିଛି। ମେଜର ଧ୍ୟାନ ଚାନ୍ଦଙ୍କ ଠାରୁ ନୀରଜ ଚୋପ୍ରାଙ୍କ ପର୍ଯ୍ୟନ୍ତ ଯିଏ ଭାରତୀୟ କ୍ରୀଡା ଇତିହାସରେ ସୁନାମ ଅର୍ଜନ କରିଛନ୍ତି। ୨୦୦୧ରେ ଭାରତୀୟ ସେନାର ମିଶନ ଅଲମ୍ପିକ୍ସ କାର୍ୟ୍ୟ ଆରମ୍ଭ ହୋଇଥିଲା। ଯାହା ଅଲିମ୍ପିକ୍ସ ସମେତ ଆନ୍ତର୍ଜାତିକ ଇଭେଣ୍ଟରେ ପଦକ ଜିତିବା ଉଦ୍ଦେଶ୍ୟରେ ଓ କ୍ରୀଡାର ମାନ ବୃଦ୍ଧି କରିବା ପାଇଁ ଏହା ଆରମ୍ଭ ହୋଇଥିଲା।