ସଂକ୍ରମଣରେ ସାମାନ୍ୟ ହ୍ରାସ, ୨୪ ଘଣ୍ଟାରେ ୭୬୧ ପଜିଟିଭ୍‌

ଭୁୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୩୧୮ ଜଣ ଲୋକାଲରୁ ରହିଛନ୍ତି। ସେହିପରି ୧୮ ବର୍ଷରୁ କମ୍ ବୟସର ୧୦୧ ଜଣ ରହିଛନ୍ତି।

ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୫୨, ବରଗଡରୁ ୧୮, ଭଦ୍ରକରୁ ୮, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୧୧୭, ଦେବଗଡରୁ ୧୨, ଢେଙ୍କାନାଳରୁ ୧୨, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୩୫, ଝାରସୁଗୁଡାରୁ ୧, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୮୯, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରୁ ୧, ନୟାଗଡରୁ ୧୨, ପୁରୀରୁ ୧୩, ରାୟଗଡାରୁ ୫, ସମ୍ବଲପୁରରୁ ୨୦, ସୋନପୁରରୁ ୧, ସୁନ୍ଦରଗଡରୁ ୧୦ ଓ ଷ୍ଟେଟ ପୁଲରୁ ୬୪ ଜଣ ରହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଲକ୍ଷ ୦୧ ହଜାର ୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮ ହଜାର ୯୧୭ଟି ଆକ୍ଟିଭ କେସ ରହିଥିବାବେଳେ ୯ ଲକ୍ଷ ୮୫ ହଜାର ୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।