ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି କି, ଗତକାଲି ରାତିରେ ତାଙ୍କର ଜେଲର ଅନ୍ୟଜଣେ କଏଦୀଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ନଳିନୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଆଉ ଏବେ ନଳିନୀ ଜେଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ୧୯୯୧ ମସିହା ମେ’ ୨୧ ତାରିଖରେ ରାଜୀବ ଗାନ୍ଧୀ ତାମିଲନାଡ଼ୁରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ବୋମା ବିସ୍ପୋରଣ ଘଟାଇ ତାଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ଯାଞ୍ଚ ହେବାପରେ ନଳିନୀକୁ ପୁଲିସ ଗିରଫ କରିଥିଲା। କୋର୍ଟ ନଳିନୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ। ସେବେଠୁ ନଳିନୀ ତାମିଲନାଡ଼ୁର ଭେଲ୍ଲୋର ଜେଲରେ ସଜା କାଟୁଛନ୍ତି।