କୋରାପୁଟରେ ବୁଲିଲା ରାଜସ୍ୱ ରଥ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାବାସୀଙ୍କୁ ଘର ମୁହଁରେ ରାଜସ୍ୱ ସେବା ଯୋଗାଇବା ଦେବା ପାଇଁ ଜିଲ୍ଲାରେ ଆରମ୍ଭ ହୋଇଛି ରାଜସ୍ୱ ରଥ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର କୋରାପୁଟ ତହସିଲରେ ଏହି ରାଜସ୍ୱ ରଥ ଆରମ୍ଭ ହୋଇଛି। କୋରାପୁଟ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ରଞ୍ଜନ କୁମାର ମାନସେଠ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ଏହି ରଥ ଦଳେଇପୁଟ ଗ୍ରାମରେ ପହଂଚି ୭ଜଣଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲା। ଅତିରିକ୍ତ ତହସିଲଦାର ସସ୍ମିତା କୁମାରି ଜେନା, ରାଜସ୍ୱ ସୁପରଭାଇଜର ଗୋଲେଖ ବିହାରି ପରିଡ଼ା, ରାଜସ୍ୱ ନିରୀକ୍ଷକ ଦେବାନନ୍ଦ ବେହେରା ପ୍ରମୁଖ ମହାଦେଇପୁଟ ରାଜସ୍ୱ ମଣ୍ଡଳର ଦଳେଇପୁଟ ଗ୍ରାମର ହିତାଧିକାରୀଙ୍କ ଘରେ ପହଂଚି ପଟ୍ଟା ଓ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। କରୋନା ମହାମାରୀ ସମୟରେ ପଟ୍ଟା, ପ୍ରମାଣପତ୍ର ସହିତ ଜରୁରୀ କାଗଜପତ୍ର ଆବଶ୍ୟକ କରୁଥିବା ହିତାଧିକାରୀମାନେ ଘରେ ରହି ଅନଲାଇନ ମାଧ୍ୟମରେ ଆବେଦନ କରି ଏହି ସୁବିଧା ନେବାକୁ ଅତିରିକ୍ତ ତହସିଲଦାର ସସ୍ମିତା କୁମାରି ଜେନା କହିଛନ୍ତି।