ସିକିମରେ ଭାରୀ ହିମସ୍ଖଳନ, ୭ ପର୍ଯ୍ୟଟକ ମୃତ

ସିକିମ: ସିକିମର ନାଥୁ ଲା ବୋର୍ଡର ଅଞ୍ଚଳରେ ଭାରୀ ହିମସ୍ଖଳନ ହୋଇଛି । ଉକ୍ତ ଘଟଣାରେ ୭ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି । ଏଥିସହିତ ୮୦ଜଣ ପର୍ଯ୍ୟଟକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୪ ପୁରୁଷ, ଜଣେ ମହିଳା ଓ ଜଣେ ପିଲା ସାମିଲ ରହିଛନ୍ତି । ଏନେଇ ସେନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ହିମସ୍ଖଳନ ପରେ ଗଙ୍ଗଟୋକର ନାଥୁ ଲା ସହ ଜଡ଼ିତ ୧୫ତମ ମିଲ ଜବାହାରଲାଲ ନେହରୁ ମାର୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରଫରେ ଫସିଥିବା ୨୨ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଗଙ୍ଗଟୋକର ଏସଟୀଏନଏମ ହସ୍ପିଟାଲ ଓ ସେଣ୍ଟ୍ରାଲ ରେଫରଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଡ଼କରୁ ବରଫ ହଟାଇବା ପରେ ଫସି ରହିଥିବା ୩୫୦ ପର୍ଯ୍ୟଟକ ଓ ୮୦ ବାହନକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।