ପୁଣି ଭୂକମ୍ପ ଝଟକାରେ ଦୋହଲିଲା ରାଜସ୍ଥାନର ବିକାନେର

ଜୟପୁର,ଏଜେନ୍ସି: ରାଜସ୍ଥାନରେ ଭୂକମ୍ପ ଝଟକା। ଆଜି ସକାଳ ସମୟରେ ରାଜସ୍ଥାନର ବିକାନେରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ମ୍ୟାଗ୍ନିଚ୍ୟୁଡ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ତରଫରୁ ସୂଚନା ମିଳିଛି।

୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା। ଏହାପୂର୍ବରୁ ବୁଧବାର ଦିନ ରିକ୍ଟର ସ୍କେଲରେ ୫.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଏହି ସ୍ଥାନରେ ହୋଇଥିଲା। ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ। ଏହାପୂର୍ବରୁ ବୁଧବାର ଦିନ ମେଘାଳୟର ପଶ୍ଚିମ ଗାରୋ ପାହାଡରେ ରିକ୍ଟର ସ୍କେଲରେ ୪.୧ ତୀବ୍ରତା ସହ ଏକ ଭୂକମ୍ପ ଘଟିଥିଲା।