ଦୈନିକ ଭାସ୍କରର ବିଭିନ୍ନ ଅଫିସରେ ଆୟକର ବିଭାଗର ଚଢ଼ଉ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ଅନ୍ୟତମ ଖବରକାଗଜ ଗ୍ରୁପ୍ ଦୈନିକ ଭାସ୍କରର ବିଭିନ୍ନ ଅଫିସରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। କରୋନାର ଦ୍ୱିତୀୟ ଲହର ସମୟରେ ଖବର ସଂଗ୍ରହ କରି ଏକ ଅଗ୍ରଣୀ କରୋନା ଯୋଦ୍ଧାର ପରିଚୟ ହାସଲ କରିଥିଲା। ଦୈନିକ ଭାସ୍କରର ଦେଶରେ ବିଭିନ୍ନ ଶାଖା ରହିଥିବା ବେଳେ ଆୟକର କର୍ମଚାରୀମାନେ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କାର୍ଯ୍ୟାଳୟରେ ଚଢ଼ଉ କରିଥିବା ସୂଚନା ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ଉ କରିଥିବା ଜଣାପଡ଼ିଛି।