ଛକାମାରି ଜିତାଇଲେ ମୋରିସ୍

ମୁମ୍ବାଇ, ଏଜେନ୍ସି: ଦିଲ୍ଲୀ କ୍ୟାପିଟାଲକୁ ହରାଇଲା ରାଜସ୍ଥାନ ରୟାଲ୍ସ। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ୩ ୱିକେଟରେ ବିଜୟ ହାସଲ କରିଛି। ରାଜସ୍ଥାନ ପ୍ରଥମରୁ ୱିକେଟ ହରାଇ ଚାଲିଥିବାରୁ ମ୍ୟାଚ୍ ଏକ ତରଫା ହୋଇଯାଇଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ ଜିତିବା ଚାନ୍ସ ଅଧିକ ହୋଇଯାଇଥିଲା। ହେଲେ ଶେଷ ତିନି ଓଭଲରରେ ଅଲରାଉଣ୍ଡର କ୍ରିସ୍ ମୋରିସ ଛକା ବର୍ଷା କରିଥିଲେ। ମୋରିସ୍ ମାତ୍ର ୧୮ଟି ବଲ ଖେଳି ୩୬ ରନ୍ କରି ଦଳକୁ ବଜୟ ଭେଟି ଦେଇଥିଲେ।