Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରେଳବାଇର ଘରୋଇ କରଣ ଯୋଜନା ନାହିଁ: ଅଶ୍ୱିନୀ ବୈଷ୍ଣବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରେଳବାଇର ଘରୋଇ କରଣ ଯୋଜନା ନାହିଁ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରେଳବାଇର ଘରୋଇକରଣ ହେବାର କୌଣସି ସମ୍ଭାବନା ନାହିଁ। ଶନିବାର ଏହି ବୟାନ ଦେବା ସହ ଘରୋଇ କରଣ ସମ୍ଭାବନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଘରୋଇକରଣ ନେଇ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ନଥିôବା ବେଳେ ବୈଷୟିକ କୌଶଳ ଦୃଷ୍ଟିରୁ ଭାରତୀୟ ରେଳବାଇକୁ ଶୀର୍ଷରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ସରକାର। ସୁରକ୍ଷା ଏବଂ ଆରାମ ଦାୟକ ଯାତ୍ରା ପରି ରେଳଯାତ୍ରୀଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ବୈଷୟିକ କୌଶଳକୁ ଆପଣାଉଛନ୍ତି କେନ୍ଦ୍ର ସରକାର। ଏହା ସହିତ ୧୯୫୫ ମସିହାରୁ ରେଲୱେ କୋଚ୍ ତିଆରି କରୁଥିବା ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରି(ଆଇସିଏଫ୍‌) ନିକଟରେ ଏହି ନୂତନ ବୈଷୟିକ କୌଶଳ ପହଞ୍ଚିବା ଆବଶ୍ୟକ। ଭାରତୀୟ ରେଲୱେ ମଜଦୁର ସଂଘ ପକ୍ଷରୁ ଆୟୋଜିତ ୨୦ ତମ ଭାରତୀୟ କନଫରେନ୍ସକୁ ଭର୍ଚୁଆଲି ଉଦ୍‌ଘାଟନ କରିବା ଅବସରରେ ଏହି ବୟାନ ଦେଇଛନ୍ତି ରେଳମନ୍ତ୍ରୀ।

କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଇସିଏଫ୍ ଦ୍ୱାରା ନିର୍ମାଣ କରାଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ମେକ୍ ଇନ ଇଣ୍ଡିଆ ଆଧାରରେ ଏହି ଦ୍ରୁତଗ୍ରାମୀ ଟ୍ରେନର କୋଚ୍ ନିର୍ମାଣ କରାଯାଇଛି। ବିପକ୍ଷ ରାଜନୈତିକ ଦଳ ଗୁଡିକ ସର୍ବଦା ରେଳବାଇର ଘରୋଇକରଣ ସମ୍ପର୍କରେ କୁହନ୍ତି। ମୁଁ ଏଠାରେ ଗୋଟିଏ ଜିନିଷ ସ୍ପଷ୍ଟ କରିବାକୁ ଚାହିଁବି ଭାରତୀୟ ରେଳବାଇର ଘରୋଇ କରଣ ହେବାର କୌଣସି ଯୋଜନା ନାହିଁ। କେବଳ ରେଲୱେଜକୁ ବୈଷୟିକ ସ୍ତରରେ ଅଧିକ ଶକ୍ତିଶାଳୀ କରିବା ସରକାରଙ୍କ ଏକମାତ୍ର ପ୍ରାଥମିକତା ବୋଲି ବୈଷ୍ଣବ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମାନ ଘଟଣାକୁ ସ୍ପଷ୍ଟ କରି ସାରିଛନ୍ତି।

ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଟେକ୍ନୋଲୋଜି ଏକ ବୃହତ୍ତର ଭୂମିକା ଗ୍ରହଣ କରିବ। ଏହା ସହିତ ରେଲୱେଜରେ ଚାକିରିକୁ ନେଇ ୟୁପିଏ ସରକାରଙ୍କୁ ସମାଲୋଚନା କରିଛନ୍ତି ବୈଷ୍ଣବ। ୟୁପିଏ ସରକାରଙ୍କ ସମୟରେ ରେଲୱେଜରେ ଖାଲି ପଦ ରହୁଥିବା ବେଳେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ୩.୫ ଲକ୍ଷ ପଦବୀ ପୂରଣ କରାଯାଇଥିଲା। ଏହା ସହିତ ଆଗାମୀ ଦିନରେ ଆହୁରି ୧ ଲକ୍ଷ ୪୦ ହଜାର ଚାକିରି ସୃଷ୍ଟି କରାଯିବ। ଏହି ନିଯୁକ୍ତିର ଫାଇଲ ଯେମିତି କୌଣସି ସ୍ଥାନରେ ନ ଅଟକେ ସେ ବ୍ୟକ୍ତିଗତ ଭାବରେ ଏହା ଉନରେ ନଜର ରଖିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ଚାକିରି ଗୁଡିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ବୈଷ୍ଣବ।