ନୂଆଦିଲ୍ଲୀ,ଏଜେନ୍ସି: ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ ଗତକାଲି କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରେଳ ମନ୍ତ୍ରାଳୟରେ ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ।
ଦୁଇଟି ସିଫ୍ଟରେ କାମ କରିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା। ଦେଶର ସମସ୍ତ ରେଳ ଅଫିସ୍ ଓ ରେଳ ମନ୍ତ୍ରାଳୟରେ ଏହାକୁ ଖୁବ୍ ଶୀଘ୍ର ଲାଗୁ କରିବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ସକାଳ ୭ଟାରୁ ଦିନ ଅପରାହ୍ଣ ୪ଟା ଓ ଦିନ ୩ଟାରୁ ରାତି ୧୨ଟା ଯାଏଁ ଦୁଇଟି ସିଫ୍ଟରେ ହେବ ଡ୍ୟୁଟି। ଦେଶରେ ରେଳ ସେବାକୁ ଅଧିକ ସୁଗମ ଓ ସହଜରେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି।
ଦେଶରେ ରେଳ ସେବାକୁ ଅଧିକ ବ୍ୟାପକ ଓ ପ୍ରସାରିତ କରିବାର ଆଭିମୁଖ୍ୟରେ ଆହୁରି ମଧ୍ୟ କିଛି ବଡ଼ ବଡ଼ ନିଷ୍ପତି ନେଇପାରନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ ବୋଲି ଚର୍ଚ୍ଚା ଜୋର ଧରିଛି।