ପାଟଣାଗଡ଼ କେନ୍ଦୁପତ୍ର ବିଭଗର ଡିଏଫଓଙ୍କ ଓ ଡେପୁଟି ରେଞ୍ଜରଙ୍କ ଅଫିସ ଓ ବାସଭବନରେ ରେଡ୍, ୧.୬୭ ଲକ୍ଷ ଟଙ୍କା ଜବତ

ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ପାଟଣାଗଡ଼ରେ କେନ୍ଦୁପତ୍ର ବିଭାଗର ଡିଏଫଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜରଙ୍କ ଅଫିସ ଓ ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ସମୟରେ ସେମାନଙ୍କ ନିକଟରୁ ୧ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି।

ସୂଚନା ଅନୁସାରେ ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ଵାରା ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କ ଠାରୁ ୧ ଲକ୍ଷ ୬୭ ହଜାର ପିସି ମଗାଇଥିବା ଅଭିଯୋଗ ହୋଇଥିଲା। ଦେହୁରୀ ରେଞ୍ଜର ପାଖକୁ ଯାଇ ଉକ୍ତ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ପିକେ କିଷାନ ଆଇଆଇସି ସଦାନନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟିମରେ ବଲାଙ୍ଗିର, ବରଗଡ଼, ସୋନପୁର ଓ ରାଉରକେଲା ଅଧିକାରୀମାନେ ସାମିଲ ଥିଲେ।