ବୌଦ୍ଧ,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଫରେଷ୍ଟର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଗୁରୁବାର ବୌଦ୍ଧ କେନ୍ଦୁପତ୍ର ବିଭାଗର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ଉ କରିଛନ୍ତି। ଏହି ଚଢ଼ଉରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି। ସେହିପରି ଭିଜିଲାନ୍ସ ଟିମ ବୌଦ୍ଧ ରଇଠାଣିସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିବା ଜଣାପଡ଼ିଛି।
