ତେଲ କାରଖାନାରେ ଚଢ଼ଉ, ବିପୁଳ ସାମଗ୍ରୀ ଜବତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରର ଗୌତମ ନଗରରେ ପ୍ରଥମ ଗଳିରେ ଚାଲିଥିବା ଏକ ତେଲ କାରଖାନା ଉପରେ ଟାଉନ ଥାନା ପୁଲିସର ଏକ ଟିମ ଆଜି ଚଢ଼ଉ କରିଛି । ଏହି ଚଢ଼ଉ ସମୟରେ ସେଠାରେ ବିପୁଳ ପରିମାଣର ରନ୍ଧା ତେଲ ପେକିଙ୍ଗ ୟୁନିଟକୁ ଜବତ କରିବା ସହ ନକଲି ତେଲ ସନ୍ଦେହରେ ମାଲିକଟି ଦୁର୍ଗା ପ୍ରସାଦଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ରାୟଗଡ଼ା ପୋଲିସ । କୈଣସି ସୁତ୍ରରୁ ଖବର ପାଇ ଆଜି ରାୟଗଡ଼ା ପୁଲିସ ଗୈତମନଗର ଠାରେ ଥିବା ଦୁର୍ଗାଶ୍ରୀ ପେକରସ ନାମକ ଏକ କାରଖାନା ଉପରେ ଜଢ଼ାଉ କରିଥିଲା ଏବଂ ସେଠାରେ ବିପୁଳ ପରିମାଣର ପ୍ୟାକିଙ୍ଗ ଓ ଖାଲି ପାଉଚ ସହ ତେଲ ଟିଣ ଥିବା ଦେଖିବାକୁ ପାଇଥିଲା ।

ଚିଠି ନମ୍ବର ୧୨୦୧୯୦୨୭୦୦୦୦୩୦ ପ୍ରକାରେ ଉକ୍ତ କାରଖାନାକୁ ଫଳରସ ଏବଂ ଖିର ପେକିଙ୍ଗ ନିମନ୍ତେ ଅନୁମତି ମିଳିଥିବା ଜାଣିବା ପରେ ପୁଲିସ କାରଖାନାକୁ ସିଲ କରିବା ସହ ସମସ୍ତ ତେଲ ଏବଂ ପାଉଚକୁ ଜବତ କରିଥିଲା । ତଦନ୍ତ ଅଧିକାରି ରିଗାନ କିଣ୍ଡୋଙ୍କ ,ଜିଲ୍ଲା ଖାଦ୍ୟ ଅଧିକାରୀ ଜିତେନ୍ଦ କୁମାର ମହନ୍ତ , ଏଡ଼ିଏମ (ପିଏଚ) ଡ଼. ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଗଠିତ ଟିମ ଘଟଣାର ତଦନ୍ତ କରୁଥିବା ବେଳେ ଯବତ ସାମଗ୍ରିର ନମୁନା ସଂଗ୍ରହ କରାଯାଇ ଯାଚଂ ପାଇଁ ଭୁବନେଶ୍ୱର ପଠାଯାଇଥିବା କହିଛନ୍ତି ଡ଼. ଭି.ଲୋକନାଥ ରାଜ।