ଜୁଆ ଆଡ୍ଡାରେ ଚଢ଼ଉ,୨୧ ବାଇକ୍ ଜବତ

କୋଟପାଡ,ଏନ୍ଏନ୍ଏସ୍ : କୋଟପାଡ଼ -ଅଁଳାଭଟ୍ଟା ରାସ୍ତାରେ ଥିବା ଏକ ଫାର୍ମ ହାଉସରେ ଚାଲିଥିବା ଜୁଆ ଆଡ୍ଡା ଉପରେ କୋଟପାଡ଼ ପୁଲିସ୍ ଚଢ଼ଉ କରି ୨୧ଟି ମୋଟର ସାଇକଲ୍ ଜବତ କରିଥିବାବେଳେ ସମସ୍ତ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉକ୍ତ ଫାର୍ମ ହାଉସରେ ଦୀର୍ଘ ଦିନରୁ ଜୁଆ ଖେଳ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। କୋଟପାଡ଼ ଥାନାଧିକାରୀ ଉଲ୍ଲାସୀ ମାଝୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ସମସ୍ତ ଜୁଆଡ଼ି ନିଜ ନିଜ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ପୁଲିସ୍ ସମସ୍ତ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ଚଢ଼ଉରେ କୋଟପାଡ଼ ଥାନା ଏଏସଆଇ ନିରୋଦ କୁମାର ବାଘ, ଜଳନ୍ଧର ସେଠୀ ଓ ପି କେ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।