ସଂସଦ ସଦସ୍ୟତା ଯିବା ପରେ ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ସଚିବାଳୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରିଛନ୍ତି । ଏହି ଫଇସଲା ପରେ ରାହୁଲ ଟ୍ୱିଟ କରି କହିଛନ୍ତି ଯେ, ଭାରତର ସ୍ୱର ପାଇଁ ଲଢ଼ୁଛି । ଏଥିଲାଗି ମୁଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଅଛି ।

ସୂଚନାଯୋଗ୍ୟ, ‘ମୋଦୀ ସରନମ’କୁ ନେଇ ୨୦୧୯ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର ହୋଇଥିଲା। ସୁରତର ଏକ ଅଦଲାତ ଉକ୍ତ ମାମଲାର ବିଚାର କରି ରାହୁଲଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି ।