ରାହୁଲଙ୍କୁ ମିଳିଲା ହତ୍ୟା ଧମକ

ମଧ୍ୟପ୍ରଦେଶ: ‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟ ପ୍ରଦେଶ ପହଞ୍ଚିବା ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ହସ୍ତଗତ ହୋଇଛି । ଉକ୍ତ ଚିଠିରେ ରାହୁଲଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ନେଇ ଧମକ ଦିଆଯାଇଛି । ଇନ୍ଦୋର ପୁଲିସ ଏବେ ଉକ୍ତ ମାମଲାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଇନ୍ଦୋରର ଏକ ମିଠା ଦୋକାନରେ ଆଜି ଜଣେ ଅଜଣା ବ୍ୟକ୍ତି ଚିଠି ଛାଡ଼ି ଯାଇଥିଲା । ଆଖପାଖରେ ଲାଗିଥିବା ସିସିଟିଭ ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ୫୦୭ ଧାରା ଅନ୍ତର୍ଗତ ମାମଲା ଦାୟର ହୋଇଛି ।