ସୁରଜଙ୍କ ହାତ ଧରିଲେ ମୌନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌନୀ ରାୟ ବୟଫ୍ରେଣ୍ଡ ସୁରଜ ନାମ୍ବୟାରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୌନୀ ଓ ସୁରଜ ଗୋଆରେ ସାଉଥ ଇଣ୍ଡିଆନ ରୀତିନୀତିରେ ବିବାହ କରିଛନ୍ତି । ସାଉଥ ଇଣ୍ଡିଆନ ବେଶରେ ମୌନି ଖୁବ୍ ସୁନ୍ଦର ଦିଶୁଥିବା ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସୁରଜ ସାଉଥ ଇଣ୍ଡିଆନ ହୋଇଥିବାରୁ ସମସ୍ତ ପରମ୍ପରା ତାଙ୍କ ରୀତିନୀତି ଅନୁସାରେ ହୋଇଥିବା ଜଣାପଡ଼ିଛି ।

ମୌନୀ ରାୟ ଓ ସୁରଜ ନାମ୍ବୟାରଙ୍କ ବିବାହ ଉତ୍ସବରେ ପରିବାର ସହ କିଛି ଖାସ୍ ବନ୍ଧୁ ସାମିଲ ହୋଇଥିଲେ । ଏଥିରେ ମନ୍ଦିରା ବେଦୀ, ଅର୍ଜୁନ ବିଜଲାନୀ, ମିଟ ବ୍ରଦର୍ସ ଓ ରାହୁଲ ସେଟ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ମୌନୀ ଓ ସୁରଜ ୨୦୧୯ରେ ପ୍ରଥମଥର ପାଇଁ ଦୁବାଇରେ ପରସ୍ପରକୁ ଭେଟିଥିଲେ । ସେବେଠୁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଲାଗିଥିଲେ ମଧ୍ୟ ଆନୁଷ୍ଠାନିକ ରୂପେ କିଛି ଘୋଷଣା କରିନଥିଲେ ।