‘ମୋଦୀ ସରନେମ’ ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦୀ ସରନେମ’ ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ହାଇକୋର୍ଟ ଗତ ଜୁଲାଇ ୭ରେ ଏହି ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ସଜା ଉପରେ ରୋକ ଲଗାଇବାର ପୁର୍ନବିଚାର କରିବା ପିଟିସନକୁ ଖାରଜ କରି ଦେଇଥିଲେ ।

ଗୁଜରାଟ ହାଇକୋର୍ଟ ସୁରତ କୋର୍ଟର ରାୟକୁ କାୟମ ରଖିବା ଫଳରେ ରାହୁଲ ଗାନ୍ଧୀ ଏବେ ସାଂସଦ ରହିପାରିବେନି କି ଆଗକୁ ନିର୍ବାଚନ ଲଢ଼ିବେନି । ସୁପ୍ରିମକୋର୍ଟରେ ଏବେ ରାହୁଲଙ୍କ ପିଟିସନ କେବଳ ଦାଖଲ ହୋଇଛି । ସୋମବାର ରାହୁଲଙ୍କ ଓକିଲ ଉକ୍ତ ମାମଲାର ଯଥାଶୀଘ୍ର ଶୁଣାଣୀ କରିବାକୁ ସୁପ୍ରିକୋର୍ଟଙ୍କୁ ଅନୁରୋଧ କରିବେ ।