୩୫ ସାଂସଦଙ୍କ ସହ ପୁଣି ହାଥରସ ଅଭିମୁଖେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ପୁଣିଥରେ ବାହାରି ପଡ଼ିଛନ୍ତି। ରାହୁଲଙ୍କ ସହ ୩୫ ଜଣ ସାଂସଦ ମଧ୍ୟ ଉପସ୍ଥିତ ଅଛନ୍ତି। ରାହୁଲଙ୍କ ଗସ୍ତକୁ ଯୋଗୁ ରାସ୍ତାରେ ଭିଡ଼ ଜମିଥିବାବେଳେ ପୁଲିସ ମଧ୍ୟ ସୁରକ୍ଷା ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ପ୍ରଦେଶ ପୁଲିସକୁ ସାମ୍ନା କରିବାକୁ ପଡ଼ିଥିଲା। ରାହୁଲ ଓ ଉପସ୍ଥିତ ପୁଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।