ମିଛ କହିବାରେ ରାହୁଲ ଗାନ୍ଧୀ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ବିଜେତା : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଡ଼ୁଚେରୀରେ ବିକାଶ ପରିଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀଙ୍କ ‘ଉତ୍ତର-ଦକ୍ଷିଣ ଭାରତ’ ବୟାନକୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମିଛ କହିବାରେ କଂଗ୍ରେସ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, ‘କଂଗ୍ରେସ ଅନ୍ୟକୁ ଲୋକତନ୍ତ୍ର ବିରୋଧୀ କହିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରୁନି, ସେ ନିଜେ ଦର୍ପଣରେ ମୁହଁ ଦେଖିବା ଉଚିତ। ସେମାନେ ସମସ୍ତ ଉପାୟରେ ଲୋକତନ୍ତ୍ରକୁ ଅପମାନିତ କରିଛନ୍ତି। ପୁଡ଼ୁଚେରୀରେ ସେମାନେ ପଞ୍ଚାୟତ ନିର୍ବାଚନ କରିବାକୁ ମନା କରିଦେଲେ। ଭୋଟ, ମିଛ କହିବା ଓ ରାଜ କରିବା ହେଉଛି କଂଗ୍ରେସର ନୀତି।’

ରାହୁଲ ଗାନ୍ଧୀଙ୍କ ‘ମତ୍ସ୍ୟପାଳନ ମନ୍ତ୍ରଣାଳୟ ବନାଇବା’ ଟିପ୍ପଣୀକୁ ମୋଦୀ ସମାଲୋଚନା କରଛନ୍ତି। ମୋଦୀ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ମତ୍ସ୍ୟଜୀବୀଙ୍କ ଲାଗି ମତ୍ସ୍ୟପାଳନ ମନ୍ତ୍ରଣାଳୟ ବନାଇବା କଥା ଶୁଣି ମୁଁ ଚକିତ ହୋଇଯାଇଥିଲି। କାରଣ ସତ କଥାଟି ହେଲା ଏନଡିଏ ସରକାର ୨୦୧୯ରେ ମତ୍ସ୍ୟଜୀବୀଙ୍କ ଲାଗି ମନ୍ତ୍ରଣାଳୟ ବନାଇଛି।