ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ଏକ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ବୁଧବାର ଦିନ ଦେହାନ୍ତ ହୋଇଥିଲା। ଆଜି ସ୍ୱର୍ଗତ ଶର୍ମାଙ୍କ ଅନ୍ତିମ ଯାତ୍ରା ଦିଲ୍ଲୀରେ ହୋଇଛି। ଏହି ଯାତ୍ରାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି।

ଏନେଇ ରାହୁଲ ଗାନ୍ଧୀ ଟୁଇଟରେ ଅନ୍ତିମ ସଂସ୍କାରର ଏକ ଫଟୋ ସେୟାର କରି ଶୋକ ବ୍ୟକ୍ତ କରିଛନ୍ତି। ସେଥିରେ ସେ ଲେଖିଛନ୍ତି କି, ସତୀଶ ଶର୍ମା ଗାନ୍ଧୀ ପରିବାରର ଭରସାଯୋଗ୍ୟ ବ୍ୟକ୍ତି ଥିଲେ। ରାହୁଲଙ୍କ ରାଜନୀତି ଆରମ୍ଭ ସମୟରେ ସେ ତାଙ୍କର ଖାସ ଥିଲେ। ୭୩ ବର୍ଷ ବୟସରେ ସତୀଶ ଶର୍ମାଙ୍କ ପରଲୋକ ଘଟିଛି। ସେ ୧୯୯୩ରୁ ୧୯୯୬ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିଲେ।