ବଙ୍ଗାଳୀ ମାର୍କେଟରେ ରାହୁଲଙ୍କ ଗୁପଚୁପ ଖିଆ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ମାର୍କେଟରେ ବୁଲୁଥିବାବେଳେ କ୍ୟାମେରାରେ କଏଦ କରାଯାଇଛି । ରାହୁଲ କନ୍ନୋଟ ପ୍ଲେସ ଓ ଚାନ୍ଦନୀ ଚୌକ ଅଞ୍ଚଳରେ ଥିବା ବଙ୍ଗାଳୀ ମାର୍କେଟରେ ଗୁପଚୁପ ଓ ଚାଟ ଖାଉଥିବା ଦେଖିବାକୁ ମିଳିଛି । ଖାସ୍ କଥାଟି ହେଲା, ଏହି ସମୟରେ ରାହୁଲଙ୍କୁ ଦେଖା କରିବା ପାଇଁ ଲୋକେ ଖୁବ୍ ଉତ୍ସାହିତ ନଜର ଆସିଥିଲେ । ବଙ୍ଗାଳୀ ମାର୍କେଟ ପରେ ରାହୁଲ ସିଧାସଳଖ ପୁରୁଣା ଦିଲ୍ଲୀ ପହଞ୍ଚି ଥିଲେ । ଏଠାରେ ସେ ମୋହବତ କା ସରବତ ଦୋକାନରେ ତରଭୁଜ ଖାଇଥିଲେ। ରାହୁଲ ଜୁମା ମସଜିଦ ସମ୍ମୁଖରେ ଲୋକଙ୍କ ସହ ସେଲ୍ଫୀ ମଧ୍ୟ ଉଠାଇଥିଲେ । ଏହାପୂର୍ବରୁ ମଧ୍ୟ ରାହୁଲ ବହୁବାର ଷ୍ଟ୍ରୀଟ ଫୁଡର ମଜା ନେବାର ନଜିର ରହିଛି ।