ମୋଦୀ ସରନେମ ମାମଲାରେ ରାହୁଲ ହାଇକୋର୍ଟ ମୁହାଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରନେମ ମାମଲାରେ ମିଳିଥିବା ସଜା ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟ ମୁହାଁ ହୋଇଛନ୍ତି । ରାହୁଲଙ୍କ ପିଟିସନ ଉପରେ ଆସନ୍ତା ୨୭ ତାରିଖ ଶୁଣାଣୀ ହେବାର ସମ୍ଭାବନା ରହିଛି । ସୁରତ ସେସନ କୋର୍ଟ ଏପ୍ରିଲ ୨୦ରେ ରାହୁଲ ଗାନ୍ଧୀଙ୍କ ଦୋଷସିଦ୍ଧି ଉପରେ ରୋକ ଲଗାଯାଇଥିବା ପିଟିସନକୁ ଖାରଜ କରିଥିଲେ ।