‘କେନ୍ଦ୍ରରେ ସୁଟ୍-ବୁଟ୍ ଏବଂ ଝୁଠ୍’ର ସରକାର : ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: କୃଷକଙ୍କ ଆୟ ଦୁଇଗୁଣା କରିବା ଦାବିରେ ବୁଧବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ନିଜ ଟ୍ୱିଟର ପୃଷ୍ଠାରେ କୃଷି ଆଇନକୁ ବିରୋଧ କରି ଧାରଣା ଦେଉଥିବା କୃଷକଙ୍କର ଏକ ଭିଡ଼ିଓ କ୍ଲିପ୍ ଅପଲୋଡ କରି କହିଛନ୍ତି ଯେ, ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ସରକାର କହିଥିଲେ। ହେଲେ ସରକାରଙ୍କ ମିତ୍ରଙ୍କର ଆୟ ଚାରିଗୁଣା ବୃଦ୍ଧି ପାଇଥିବା ବେଳେ କୃଷକଙ୍କ ଆୟ ଅଧା ହୋଇଯାଇଥିବା ସେ ଟ୍ୱିଟ୍ କରି କହିଛନ୍ତି। ବିଜେପି ସରକାର ‘ଝୁଠ୍, ଲୁଟ୍ ଏବଂ ସୁଟବୁଟର ସରକାର’ ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ଆଇନ୍ ବିରୋଧରେ ଗତ ଏକ ସପ୍ତାହ ଧରି ଦେଶର ୩୫ଟି କୃଷକ ସଂଗଠନ ଦିଲ୍ଲୀରେ ଧାରଣା ଦେଉଛନ୍ତି।