ନରେନ୍ଦ୍ର ମୋଦୀ ପ୍ରକୃତରେ ସରେଣ୍ଡର ମୋଦୀ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧ା୬/ଏଜେନ୍ସି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ-ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ‘ନରେନ୍ଦ୍ର ମୋଦୀ ପ୍ରକୃତରେ ସରେଣ୍ଡର ମୋଦୀ ବୋଲି’ ରାହୁଲ  ଟ୍ୱିଟ କରିଛନ୍ତି। ଏହା ପୂର୍ବରୁ ସେ ଶନିବାର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ମୋଦୀ ଭାରତକୁ ଚୀନ୍ ନିକଟରେ ଆତ୍ମସମର୍ପଣ କରାଇଦେଇଛନ୍ତି।  ଅନ୍ୟପକ୍ଷରେ ରାହୁଲ ଭାରତ-ଚୀନ୍ ସଂଘର୍ଷକୁ ନେଇ ରାଜନୀତି ନକରି ଦେଶକୁ ଏକତ୍ର କରିବା ଦିଗରେ ମନ ବଳାଇବା ଦରକାର ବୋଲି ରାହୁଲଙ୍କ ଏଭଳି ଟ୍ୱିଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମନ୍ତବ୍ୟ ଦେଇଛନ୍ତି।