ଡେରାଡୁନ୍,ଏଜେନ୍ସି: ନେପାଳ ଏଫ୍ଏମ୍ ରେଡିଓରେ ଲିପୁଲେଖ, କାଲାପାଣି, ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳର ବୋଲି ବର୍ଣ୍ଣନା କରାଯାଇ ଗୀତ ପ୍ରଚାର କରାଯାଉଛି। ବିଶେଷକରି ନେପାଳ ସୀମାରେ ଥିବା ଉତ୍ତରାଖଣ୍ଡ ଅଞ୍ଚଳରେ ଏହି ଭାରତ ବିରୋଧୀ ଗୀତ ପ୍ରଚାର ହେଉଛି। ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ଼ ଗାଁ ପାଖାପାଖି ଅଞ୍ଚଳରେ ଏହି ଗୀତ ପ୍ରଚାର ହେଉଛି।
ନେପାଳର ଦାର୍ଚୁଳା ଅଞ୍ଚଳରେ ଅବସ୍ଥିତ ଏଫଏମ କେନ୍ଦ୍ରଗୁଡ଼ିକର କାର୍ଯ୍ୟକ୍ରମ ସବୁ ଉତ୍ତରାଖଣ୍ଡର ନେପାଳ ସୀମାନ୍ତ ଅଞ୍ଚଳକୁ ଶୁଣାଯାଏ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ଏହି ରେଡିଓ ଷ୍ଟେସନ ସବୁ ନେପାଳ ନେତାଙ୍କ ଭାରତ ବିରୋଧୀ ଭାଷଣ ଏବଂ ଭାରତ ବିରୋଧୀ ଗୀତ ମଧ୍ୟ ପ୍ରସାରଣ କରେ ବୋଲି ଲୋକେ କହିଛନ୍ତି।