ପିଏମ୍ କେୟାରସ ଫଣ୍ଡର ହିସାବ ମାଗିଲେ ରାହୁଲ, କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେଉଁ ଥିରେ ଖର୍ଚ୍ଚ ହୋଇଛି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡରୁ କେତେ ଟଙ୍କା ସାଧାରଣ ଜନତାଙ୍କ ପଛରେ ଖର୍ଚ୍ଚ ହେଉଛି ସେ ନେଇ ଫଣ୍ଡ ଏକାଉଣ୍ଟର ହିସାବ କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ଶନିବାର ଦିନ ଦାବି କରିଥିଲେ। ତେବେ ୨୮ ମାର୍ଚ୍ଚରୁ ଏହି ଫଣ୍ଡ କାର୍ଯ୍ୟକାରୀ ହୋଇଥିବା ବେଳେ ଜରୁରୀ କାଳୀନ ପରିସ୍ଥିତି ସମୟରେ ଲୋକଙ୍କୁ ଏହି ଫଣ୍ଡରେ ସାହାର୍ଯ୍ୟ ଯୋଗାଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା।

ଏହି କରୋନା ମହାମାରୀର ମୁକାବିଲା କରିବା ପାଇଁ ଫଣ୍ଡକୁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ବିରାଟ ଡୋନେସନ ଦିଆଯାଇଥିବା ବେଳେ ଅନ୍ୟାନ ପବ୍ଲିକ ଏକାଉଣ୍ଟ ଓ ସାଧାରଣ ଜନତା ଏଥିରେ ସାମିଲ ହୋଇ ଅର୍ଥ ଦାନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଯେ ସେ ଏହି ଫଣ୍ଡଦ୍ୱାରା ଗ୍ରହଣ କରାଯାଇଥିବା ଅର୍ଥର ହିସାବ କରାଇ ଏଥିରେ କେତେ ଅର୍ଥ ବାକି ଅଛି ଓ କେତେ ଖର୍ଚ୍ଚ ହୋଇଛି ତାହାର ତଥ୍ୟ ସାଧାରଣରେ ଦେବାକୁ ରାହୁଲ ଟ୍ୱିଟ କରିଛନ୍ତି।

ଏଥିସହ ରାହୁଲ ପ୍ରଶ୍ନ କରିଛନ୍ତି ଯେ କାହିଁକି ‘ପିଏମ୍ କେୟାରସ’ ନାମରେ ଏକ ଭିନ୍ନ ଫଣ୍ଡ ଗଠନ କରାଗଲା, କାହିଁକି ପ୍ରଧାନମନ୍ତ୍ରୀ ନେସନାଲ ରିଲିଫ୍ ଫଣ୍ଡରେ ଏହାକୁ ସାମିଲ କରାଗଲାନି ସେ ନେଇ ପ୍ରଶ୍ନ ହୋଇଛି।