ଶୀତକାଳୀନ ଅଧିବେସନରେ ସାମିଲ ହେବେନି ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଗାମୀ ଶୀତକାଳୀନ ଅଧିବେସନରେ ସାମିଲ ହେବେ ନାହିଁ । ରାହୁଲ ଭାରତ ଯୋଡ଼ୋ ଯାତ୍ରାକୁ ଅଧାରୁ ଛାଡ଼ିପାରିବେନି ବେଶଳି ଅଧିବେସନରେ ଭାଗ ନେବେନି । ଏନେଇ କଂଗ୍ରେସ ପ୍ରଭାରୀ ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେସନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ ଚାଲିବ । ସାଧାରଣତଃ ନଭେମ୍ବର ତୃତୀୟ ସପ୍ତାହରେ ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅଧିବେସନ ବିଳମ୍ବରେ ଆରମ୍ଭ ହେବ ।