ଆଲିଆଙ୍କ ପରେ ବିପାଶାଙ୍କ ଘରେ କନ୍ୟା ସନ୍ତାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପରେ ଅଭିନେତ୍ରୀ ବିପାଶା ବସୁ ମା’ ହୋଇଛନ୍ତି । ବିପାଶା ଟିଭି ତଥା ଫିଲ୍ମ ଅଭିନେତା କରନ ସିଂହ ଗ୍ରୋଭରଙ୍କ ଘରେ କନ୍ୟା ସନ୍ତାନ ଜନ୍ମ ନେଇଛି । ଏନେଇ ସୋସିଆଲ ମିଡିଆରେ ନିଜେ ବିପାଶା ସୂଚନା ପ୍ରଦାନ କରିଛନ୍ତି । ଝିଅର ନାଁ ‘ଦେବୀ’ ରଖାଯାଇଥିବା ନେଇ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିପାଶା ଓ କରଣ ୨୦୧୬ ଏପ୍ରିଲ ୩୦ରେ ବିବାହ କରିଥିଲେ । ଚଳିତ ବର୍ଷ ଅଗଷ୍ଟରେ ବିପାଶା ଗର୍ଭବତୀ ଥିବା ନେଇ ସୂଚନା ପ୍ରଦାନ କରିଥିଲେ ।