Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାହାଣେ-ଶାର୍ଦୁଳ ସମ୍ମାନ ରଖିଲେ: ଭାରତ ୨୯୬, ଅଷ୍ଟ୍ରେଲିଆ ୨୯୬ ରନ୍‌ରେ ଆଗୁଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାହାଣେ-ଶାର୍ଦୁଳ ସମ୍ମାନ ରଖିଲେ: ଭାରତ ୨୯୬, ଅଷ୍ଟ୍ରେଲିଆ ୨୯୬ ରନ୍‌ରେ ଆଗୁଆ

ଲଣ୍ଡନ: ଶୀର୍ଷ ବ୍ୟାଟରଙ୍କ ବିଫଳତା ପରେ ଅଜିଙ୍କ୍ୟ ରାହାଣେ ଓ ଶାର୍ଦୁଳ ଠାକୁର ଫଲୋଅନ୍‌ ଏଡ଼ାଇବା ସହ ଭାରତର ସମ୍ମାନ ରଖିଛନ୍ତି। କିନ୍ତୁ ଭାରତ ବିପଦରୁ ବାହାରିପାରିନାହିଁ। ଦ ଓଭାଲ୍‌ରେ ଖେଳାଯାଉଥିବା ଡବ୍ଲୁଟିସି ଫାଇନାଲ୍‌ର ତୃତୀୟ ଦିନରେ ଭାରତ ୨୯୬ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ୪୪ ଓଭର ଖେଳି ୪ ୱିକେଟ୍‌ ବିନିମୟରେ ୧୨୩ ରନ୍‌ ସଂଗ୍ରହ କରିବା ସହ ୨୯୬ ରନ୍‌ରେ ଅଗ୍ରଣୀ ନେଇସାରିଛି। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ମହମ୍ମଦ ସିରାଜ ପୁଣି ଥରେ ଭାରତକୁ ସଫଳତା ଦେଇଥିଲେ। ପାଳିର ଚତୁର୍ଥ ଓଭରରେ ୱାର୍ଣ୍ଣରଙ୍କୁ ଆଉଟ୍‌ କରିବା ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଉସମାନ ଖୱାଜାଙ୍କୁ ପ୍ରଥମ ପାଳିରେ ୱିକେଟ୍‌ ପାଇନଥିବା ଉମେଶ ଯାଦବ ଶିକାର କରିଥିଲେ। ପ୍ରଥମ ପାଳିର ସଫଳ ଯୋଡ଼ି ସ୍ମିଥ୍‌ ଓ ହେଡ୍‌ଙ୍କ ୱିକେଟ୍‌ କିନ୍ତୁ ଜାଦେଜା ଖସାଇ ଦେଇଥିଲେ।

ଶୁକ୍ରବାର ଭାରତ ୧୫୧/୫ ରୁ ଖେଳିବା ଆରମ୍ଭ କରିଥିବା ବେଳେ କେଏସ୍ ଭରତ ସକାଳର ଦ୍ବିତୀୟ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ରାହାଣେଙ୍କ ସହ ମିଶି ଶାର୍ଦୁଳ ସପ୍ତମ ୱିକେଟ୍‌ରେ ୧୪୫ ବଲ୍‌ରୁ ୧୦୯ ରନ୍‌ର ଭାଗୀଦାରି କରି ସ୍ଥିତି ସୁଧାରିଥିଲେ। ଏଥିମଧ୍ୟରେ ରାହାଣେ ଅର୍ଦ୍ଧଶତକ ଅର୍ଜନ କରି ଆଗକୁ ବଢୁଥିଲେ ବି ଶତକଠୁ ୧୧ ରନ୍ ଦୂରରେ ଥିବା ବେଳେ କମିନ୍ସ ତାଙ୍କୁ ଆଉଟ୍‌ କରିଥିଲେ। ରାହାଣେଙ୍କ ୱିକେଟ୍‌ ଯିବା ପରେ ଶାର୍ଦୁଳ ଧୈର୍ଯ୍ୟ ନହରାଇ ଚତୁର୍ଥ ଟେଷ୍ଟ ଅର୍ଦ୍ଧଶତକ ଅର୍ଜନ କରି ଭାରତକୁ ଫଲୋଅନ୍‌ରୁ ରକ୍ଷା କରିଥିଲେ। କିନ୍ତୁ ଅର୍ଦ୍ଧଶତକ କରିବା ପରେ ଗ୍ରିନ୍‌ ତାଙ୍କୁ ଆଉଟ୍‌ କରିବାରୁ ୱିକେଟ୍‌ ଖସିବା ଧାରା ପୁଣି ଆରମ୍ଭ ହୋଇଥିଲା। କ୍ୟାଚ୍‌ ହାତଛଡ଼ାରୁ ଜୀବନଦାନ ଓ ନୋ ବଲ୍‌ରେ ଆଉଟ୍ ହେବା ପରେ ବର୍ତିଯିବା ଭଳି ଘଟଣା ଘଟିଥିଲେ ମଧ୍ୟ ଭାରତ ଦ୍ବିତୀୟ ଦିନରେ ଶୀର୍ଷକ୍ରମଙ୍କୁ ହରାଇବାର ବିପଦରୁ ମୁକୁଳିବାର ବାଟ ଦେଖାଯାଉନାହିଁ।