ନୂଆଦିଲ୍ଲୀ, ଏଜେନ୍ସି: ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସିକ ଜିଡିପି ଫଳାଫଳକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍। ଦେଶର ସାମଗ୍ରିକ ଅଭିବୃଦ୍ଧି ୨୩.୯ ପ୍ରତିଶତକୁ ଖସି ଆସିବା ନିଶ୍ଚିତ ଭାବେ ଅଭାବନୀୟ ଏବଂ ଚିନ୍ତାଜନକ ବୋଲି ସେ କହିଥିବା ବେଳେ ଏଥିପାଇଁ ସରକାରୀ କଳ କେବଳ ଆକଳନଭିତ୍ତିକ କାର୍ଯ୍ୟରେ ଲିପ୍ତ ନରହି ବାସ୍ତବିକ ଭାବେ ଯାହା କରାଯିବା କଥା ତା’ କରିବା ଉଚିତ୍ ବୋଲି କହିଛନ୍ତି।
କରୋନା ପ୍ରଭାବକୁ ନେଇ ଆମେରିକା ଏବଂ ଇଟାଲୀ ଭଳି ରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛନ୍ତି। କିନ୍ତୁୂ ଇଟାଲୀ ଜିଡିପିରେ ୧୨.୪ ପ୍ରତିଶତ ହ୍ରାସ ଘଟିଥିଲା ବେଳେ ଆମେରିକା ଅର୍ଥନୀତିରେ ୯.୫ ପ୍ରତିଶତ ହ୍ରାସ ଘଟିଛି। ସେ ତୁଳନାରେ ଭାରତୀୟ ଅର୍ଥନୀତି କଥା ଚିନ୍ତା କଲେ ନିଶ୍ଚିତ ଭାବେ ଆମକୁ ଗଭୀରତା ସହ ସବୁକ୍ଷେତ୍ରକୁ ବିଶ୍ଳେଷଣ କରିବାକିୁ ପଡ଼ିବ। କେନ୍ଦ୍ର ସରକାର ପ୍ରଭାବିତ ଅର୍ଥନୀତି ବ୍ୟବସ୍ଥାକୁ ସୁଧାରିବା ପାଇଁ ୨୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ସତ, ହେଲେ କାର୍ଯ୍ୟତରିକା ଏବଂ ଚିନ୍ତାଧାରାରେ ମଧ୍ୟ ଆମକୁ ପରିବର୍ତ୍ତନ ଆଣିବା ଦରକାର ବୋଲି ସେ କହିଛନ୍ତି।