ସୁପ୍ରସିଦ୍ଧ ଟେନିସ ଖେଳାଳି ରାଫେଲ ନଡାଲଙ୍କୁ କରୋନା

ରାଫେଲ ନଡାଲ ନୂଆଦିଲ୍ଲୀ: ସ୍ପେନର ଦମଦାର ଟେନିସ ଖେଳାଳି ରାଫେଲ ନଡାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଫେଲ ଗତ ସପ୍ତାହରେ ଆବୁଧାବୀରେ ଟୁର୍ଣ୍ଣାମେଣ୍ଟ ଖେଳି ଘରେ ପହଂଚିଥିଲେ। ସେଠାରେ ଆରଟିପିସିଆର ଟେଷ୍ଟ କରାଇବା ପରେ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଗୋଡ଼ରେ ଆଘାତ ଲାଗିଥିବା ଯୋଗୁ ରାଫେଲ ନଡାଲ ଟେନିସ କୋର୍ଟରୁ ଦୂରେଇ ରହିଥିଲେ। ଆଉ ୪ ମାସ ପରେ ଏଣ୍ଡୀ ମରେଙ୍କ ବିରୋଧରେ ମ୍ୟାଚ ଖେଳି ଲଗାତାର ସେଟରେ ହାରିଥିଲେ।