ହସ୍ପିଟାଲରେ ରାବିସ୍ ଭ୍ୟାକ୍ସିନ ନଥିବାରୁ ଧାରଣାରେ ବସିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ ନମିଳିବାରୁ ରୋଗୀ ଓ ତାଙ୍କ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି। ସୂଚନା ଅନୁସାରେ ଶନିବାର ଏକ କୁକୁର କାମୁଡ଼ା ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରେ ରାବିସ ଭ୍ୟାକ୍ସିନ ନଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇ ହସ୍ପିଟାଲ ସମ୍ମୁଖରେ ପ୍ରାୟ ୫୦ରୁ ଅଧିକ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଧାରଣା ଦେଇଛନ୍ତି।