ବ୍ୟାଡମିଣ୍ଟନ ୱାର୍ଲ୍ଡ ଚାମ୍ପିଅନ୍‌ଶିପ ପୂର୍ବରୁ ଭାରତକୁ ଶକ୍ତ ଝଟକା, ଖେଳିପାରିବେନି ପିଭି ସନ୍ଧୁ

ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଡମିଣ୍ଟନ ୱାର୍ଲ୍ଡ ଚମ୍ପିଅନଶିପରେ ଭାରତୀୟ ଆଶାକୁ ଶକ୍ତ ଝଟକା ଲାଗିଛି । ଷ୍ଟାର ଭାରତୀୟ ଶଟଲର ପିଭି ସିନ୍ଧୁ ଚାମ୍ପିଅନଶିପରୁ ବାହାରି ଯାଇଛନ୍ତି । ସିନ୍ଧୁଙ୍କ ବିଶ୍ୱ ଚାମ୍ପିଅନଶିପରେ ଭଲ ରେକର୍ଡ ରହିଛି । ସେ ୨୦୧୯ରେ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥି ସହିତ ସିନ୍ଧୁ ଏହି ଇଭେଣ୍ଟରେ ୨ଟି ରୌପ୍ୟ ପଦକ ଆଣିଥିଲେ । ବ୍ୟାଡମିଣ୍ଟନ ୱାର୍ଲ୍ଡ ଚାମ୍ପିଅନଶିପ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ ।

ସିନ୍ଧୁ ନିଜେ ବାହାରି ଯିବା ନେଇ ଟୁଇଟ୍ କରିଛନ୍ତି । ସେ କହିଛନ୍ତି ଯେ, ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଶୀର୍ଷରେ ରହିଛି । ଦୁର୍ଭାଗ୍ୟର କଥା ହେଲା ଯେ, ମୋତେ ବିଶ୍ୱ ଚାମ୍ପିଅଶିପିରୁ ଦୂରେଇ ରହିବାକୁ ପଡୁଛି । ମୋତେ ରାଜ୍ୟଗୋଷ୍ଠୀ କ୍ରୀଡାର କ୍ୱାର୍ଟର ଫାଇନାଲରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ଆଘାତ ପାଇବାର ଭୟ ଥିଲା । କିନ୍ତୁ କୋଚ, ଫିଜିଓ ଓ ଟ୍ରେନରଙ୍କ ସହଯୋଗ ବଳରେ ଯଥା ସମ୍ଭବ ଦୃଢ଼ ମନ ନେଇ ଆଗକୁ ବଢ଼ିଥିଲି ।

ସିଦ୍ଧୁ କହିଛନ୍ତି ଯେ, ଫାଇନାଲ ସମୟରେ ଆହୁରି ଯନ୍ତ୍ରଣା ବଢ଼ିଥିଲା । ସେଥିପାଇଁ ଯେତେବେଳେ ହାଇଦ୍ରାବାଦ ଆସିଲି, ମୋର ଏମଆରଆଇ ସ୍କାନ କରାଇଥିଲି । ଡାକ୍ତର ମୋର ବାମ ପାଦରେ ଷ୍ଟ୍ରେସ ଫ୍ୟାକ୍‌ଚର ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । କିଛି ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ମୁଁ କିଛି ସପ୍ତାହରେ ଅଭ୍ୟାସ ପାଇଁ ଫେରିପାରେ । ସମର୍ଥନ ଓ ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ସିନ୍ଧୁ କହିଛନ୍ତି ।