ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ଆଜି ପାଖାପାଖି ୯୦ ମିନିଟ ଆଲୋଚନା କରିଛନ୍ତି । ଏହି ସମୟରେ ୟୁକ୍ରେନଠାରୁ ଋଷ କ’ଣ ହାସଲ କରିବାକୁ ଚାହୁଁଛି ସେନେଇ ମେକ୍ରୋଙ୍କୁ ପୁତିନ କହିଥିଲେ । ୟୁକ୍ରେନରୁ ସୈନ୍ୟ ହଟାଇବା ହେଉଛି ଆମର ଲକ୍ଷ୍ୟ । ଆଉ ଆମେ କୌଣସି ବି ସ୍ଥିତିରେ ଆମେ ଏହି ଲକ୍ଷ୍ୟ ହାସଲ କରିବୁ ବୋଲି ପୁତିନ କହିଛନ୍ତି ।
ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବାପରେ ଏହା ହେଉଛି ପୁତିନ ଓ ମେକ୍ରୋଙ୍କ ମଧ୍ୟରେ ଆଲୋଚନା । ଏହାପୂର୍ବରୁ ପୁତିନ ଓ ମେକ୍ରୋ ଫେବୃଆର ୨୮ରେ କଥା ହୋଇଥିଲେ ।