ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ଭିତରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ବେହରଣ ଦ୍ୱାରକୁ ରୂପାରେ ଛାଉଣି କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଦଳ ଶ୍ରୀମନ୍ଦିରକୁ ଯାଇ ୩ ଦ୍ୱାରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଦ୍ୱାରଗୁଡ଼ିକ ବହୁ ପୁରାତନ ହୋଇଥିବାରୁ ଏହାର ମରାମତି ମଧ୍ୟ ଆବଶ୍ୟକ। ଦ୍ୱାରଗୁଡ଼ିକୁ ମରାମତି କରାଯିବା ପରେ ଏହା ଉପରେ ରୂପା ଛାଉଣି କରାଯିବ। କେତେ ପରିମାଣର ରୂପା ଲାଗିବ ସେ ସମ୍ପର୍କରେ ଏହି ୪ ଜଣିଆ ଦଳ ଆକଳନ କରିବେ।