ମହାପ୍ରଭୁଙ୍କ ବନକଲାଗି ବେଶ ଆରମ୍ଭ, ୪ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ପୁରୀ,ଏନ୍ଏନ୍ଏସ୍: ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ବୁଧବାର ଶ୍ରୀମୁଖ ଶୃଙ୍ଗାର ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଥିବାରୁ ବୁଧବାର ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ସେହିପରି ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଣ୍ଣୟ ହୋଇଥିବା ବେଳେ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ରାତି ୮ଟାରେ ପୁନର୍ବାର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।